ସୁପ୍ରିମକୋର୍ଟ ନିର୍ବାଚନୀ ବଣ୍ଡକୁ ଅବୈଧ ଘୋଷଣା କରି ଫେବୃଆରୀ ୧୫, ୨୦୨୪ରେ ଦେଇଥିବା ତାଙ୍କର ରାୟରେ ବଣ୍ଡ୍ ସଂକ୍ରାନ୍ତ ସମସ୍ତ ତଥ୍ୟ ମାର୍ଚ୍ଚ ୬, ୨୦୨୪ ସୁଦ୍ଧା ନିର୍ବାଚନ କମିସନଙ୍କ ନିକଟରେ ଦାଖଲ କରିବାକୁ ଭାରତୀୟ ଷ୍ଟେଟ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଇଥିଲେ । କଣ୍ଟ ପୂରିବାର ମାତ୍ର ଦୁଇ ଦିନ ପୂର୍ବରୁ ନିର୍ଦ୍ଧାରିତ ସମୟ ମଧ୍ୟରେ ତଥ୍ୟ ଦାଖଲ କରିବା ସମ୍ଭବ ନୁହେଁ ବୋଲି ଦର୍ଶାଇ ଷ୍ଟେଟ ବ୍ୟାଙ୍କ ଜୁନ ୩୦ ଯାଏଁ ମହଲତ ମାଗି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ମାର୍ଚ୍ଚ ୧୨ ତାରିଖରେ ସର୍ବୋଚ୍ଚ ଅଦାଲତ ଆବେଦନଟିକୁ ଖାରଜ କରିବା ସହ ଗୋଟିଏ ଦିନ ଭିତରେ ସମସ୍ତ ତଥ୍ୟ ନିର୍ବାଚନ କମିସନଙ୍କ ନିକଟରେ ଦାଖଲ କରିବାକୁ ବ୍ୟାଙ୍କକୁ ତାଗିଦ କରିବା ପରେ ଅଗତ୍ୟା ବ୍ୟାଙ୍କ ନିର୍ବାଚନ କମିସନଙ୍କ ନିକଟରେ ତଥ୍ୟ ଦାଖଲ କଲା । ଅଦାଲତଙ୍କ ଆଦେଶ ଅନୁଯାୟୀ କମିସନ ତାହା ସର୍ବସାଧାରଣଙ୍କ ଗୋଚରାର୍ଥେ ୱେବସାଇଟରେ ରଖିବା ପରେ ନିର୍ବାଚନୀ ବଣ୍ଡର ଜିନ୍ ବା ଭୂତ ବୋତଲ ଭିତରୁ ବାହାରି ଅନେକ ଦୁର୍ନୀତିର ଆଭାସ ଦେବା ସହିତ ରାଜନୈତିକ ରଙ୍ଗମଞ୍ଚରେ ସତେ ଯେମିତି ତାଣ୍ଡବ ରଚିବା ଆରମ୍ଭ କରିଦେଇଛି । ନିର୍ବାଚନୀ ବଣ୍ଡ୍ ସ୍କିମ ଅନୁଯାୟୀ ଏହା ବର୍ଷର ନିର୍ଦ୍ଦିଷ୍ଟ କେତେକ ଦିନରେ ଭାରତୀୟ ଷ୍ଟେଟ ବ୍ୟାଙ୍କର ନିର୍ଦ୍ଦିଷ୍ଟ କେତେକ ଶାଖାରେ କିଣିବାକୁ ମିଳେ; ବର୍ଷ ସାରା ନୁହେଁ । କ୍ରେତାଙ୍କ ‘କେୱାଇସି’ ବ୍ୟାଙ୍କ ନିକଟରେ ଥିବାରୁ ବ୍ୟାଙ୍କ ପ
ଯେତେବେଳେ ଜଣେ ‘ମିତ୍ର ପୁଞ୍ଜିପତି’ଙ୍କ ପୁଅର ବିବାହୋତ୍ସବରେ ଯୋଗ ଦେବା ଲାଗି ବିଦେଶରୁ ଆସୁଥିବା ଗଣ୍ୟମାନ୍ୟ ବ୍ୟକ୍ତିଙ୍କ ସୁବିଧା ଲାଗି ଗୁଜରାଟର ଜାମନଗର ଘରୋଇ ବିମାନ ବନ୍ଦର (ଯହିଁରେ କେବଳ ଦେଶ ଭିତରର ବିମାନ ଉଡ଼ାଣ ଓ ଅବତରଣ କରିଥାଏ)କୁ ୧୦ ଦିନ ଲାଗି ଅନ୍ତର୍ଜାତୀୟ ବିମାନ ବନ୍ଦରର ମାନ୍ୟତା ପ୍ରଦାନ କରାଯାଏ, ଭାରତୀୟ ବାୟୁ ସେନା ତା’ର ସମ୍ୱେଦନଶୀଳ ‘ବୈଷୟିକ’ ଅଞ୍ଚଳର ଘରୋଇ ବ୍ୟବହାର ଲାଗି ଅନୁମତି ପ୍ରଦାନ କରେ, ଟିକସ ଦାତାଙ୍କ ଅର୍ଥରେ ବିମାନ ବନ୍ଦରର ସମ୍ପ୍ରସାରଣ କରାଯାଏ, ଯୁଦ୍ଧକାଳୀନ ଭିତ୍ତିରେ ସେଠାରେ ବହିର୍ବ୍ୟାପାର, ଅପ୍ରବାସନ (ଇମିଗ୍ରେସନ), ସଂଗରୋଧନ (କ୍ୱାରାଣ୍ଟାଇନ୍) ସୁବିଧା ଉପଲବ୍ଧ କରାଇବା ଲାଗି କେନ୍ଦ୍ର ସରକାରଙ୍କ ଗୃହ, ଅର୍ଥ ଓ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତତ୍ପରତା ପ୍ରଦର୍ଶନ କରନ୍ତି, ବିମାନ ବନ୍ଦରରେ ସୁରକ୍ଷା ବୃଦ୍ଧି ଲାଗି ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରେ, ସେତେବେଳେ ଅନୁମାନ କରିହୁଏ ଭାରତର ଶାସନ ତନ୍ତ୍ରରେ ମିତ୍ର ପୁଞ୍ଜିପତିମାନଙ୍କ ପ୍ରଭାବ ଓ ନିୟନ୍ତ୍ରଣ କେତେ ଅଧିକ । ଗତ କିଛି ବର୍ଷ ଧରି ମିତ୍ର ପୁଞ୍ଜିପତିମାନେ ଉଭୟ କେନ୍ଦ୍ର ଓ ରାଜ୍ୟଗୁଡ଼ିକର ଶାସନ ତନ୍ତ୍ରରେ ଏପରି ଏକଚାଟିଆ ପ୍ରଭାବ ବିସ୍ତାର କରିସାରିଲେଣି ଯେ ଅର୍ଥବ୍ୟବସ୍ଥା ‘ମିତ୍ର ପୁଞ୍ଜିବାଦ’ (କ୍ରୋନି କ୍ୟାପିଟାଲିଜମ୍) ମୁହାଁ ହୋଇ ଦେଶରେ ଗଣତନ୍ତ୍ରକୁ ବିପନ୍ନ କଲାଣି । ତେଣୁ ଦେଶରେ କ୍ରମ ବର୍ଦ୍ଧିଷ୍ଣୁ ‘ମ